କାନ୍ତ କବି - ସାଗରିକା ସାହୁ



ଓଡିଶାର ମାନ ରଖିବା ପାଇଁ 

ଧରାପୃଷ୍ଠ ରେ ଜନ୍ମିଲ କବିଟିଏ ହୋଇ ।।

ଜନ୍ମମାଟି ଭଦ୍ରକ ର ସମ୍ଭ୍ରାନ୍ତ ବଂଶରେ 

ଓଡିଶା କୁ ଟେକି ରଖିଛ ଉଚ୍ଚରେ ।।

ଲେଖି ଗୀତିକବିତା,ଉପନ୍ୟାସ, କ୍ଷୁଦ୍ରଗଳ୍ପ 

ସାହିତ୍ୟ ଜଗତ କୁ କରିଛ ସମୃଦ୍ଧ ।।

ବ୍ୟଙ୍ଗାତ୍ମକ, ରମ୍ୟରଚନା କୁ ଲେଖି 

ପରିଚିତ ହେଲ ଦେଶେ "କାନ୍ତକବି"ହୋଇ ।।

ଜାତୀୟ ଭାବକୁ ମନେ କଲେ ଉଦ୍ରେକ 

ଲେଖିଲ "ବନ୍ଦେ ଉତ୍କଳ ଜନନୀ " ଗୀତ ।।

ପ୍ରତିଟି ଓଡିଆ ପ୍ରାଣରେ ଭରିଦେଲ ଉତ୍ସାହ 

ଆନନ୍ଦ ଲହରୀ ମନେ ଖେଳିଲା ଉନ୍ମାଦ ।।

କେତେ କେତେ ବାର୍ତ୍ତା ଦେଇଛ ହେ କବି 

ଲେଖିଲେ ବି ସରିବନି କେମିତି ଲେଖିବି ।।

କୁଶଳୀ ଶିଳ୍ପୀ ଟିଏ ହୋଇ ତୁମେ

ରହିବ ସାହିତ୍ୟ ଜଗତେ ଅମର ହୋଇ ।।


ସାଗରିକା ସାହୁ 

ଛତିଆ, ଯାଜପୁର

Post a Comment

0 Comments